ରାଇସୁଆଁ,୧୫ା୪(ଡି.ଏନ୍.ଏ.) : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଏହାକୁ ନେଇ ବହୁ ଦେଶରେ ଲକ୍ଡାଉନ୍ ଭଳି ନିୟମ ଲାଗୁ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ନିୟମ ଜାରି କରାଯାଇଛି। ଫଳରେ ବହୁ ସଂଖ୍ୟକ ଶ୍ରମିକ ବିଭିନ୍ନ ସ୍ଥାନରେ ଅଟକି ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲା ସଦର ଅଞ୍ଚଳର ଧୁରଦା ଗ୍ରାମରେ। ଏହି ଅଞ୍ଚଳରେ ୫୦ରୁ ଅଧିକ ଶ୍ରମିକ ଉତ୍ତରପ୍ରଦେଶରୁ ଗୃହନିର୍ମାଣ କାର୍ଯ୍ୟ ପାଇଁ ଆସିଥିଲେ। ମାତ୍ର କରୋନା କଣ୍ଟା ସାଜିଥିବାରୁ ଘରକୁ ଫେରି ନ ପାରି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭୋକ ଉପାସରେ ରହୁଥିବା ସୂଚନା ମିଳିଛି। ତୁରନ୍ତ ଜିଲା ପ୍ରଶାସନ ଏହି ଶ୍ରମିକମାନଙ୍କୁ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, କେନ୍ଦୁଝର