କରୋନା ସାଜିଲା ବାଧକ: ବିବାହ ସ୍ଥଗିତ ରଖିଲେ ଉପ ଜିଲାପାଳ

ରାୟପୁର,୨୬।୩: କରାନା ଭାଇରସ ସଂକ୍ରମଣକୁ ରୋକିବାକୁ ସରକାର ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ସାରା ଦେଶ ଏକ ପ୍ରକାର ଠପ୍‌ ହୋଇଯାଇଛି କହିଲେ ଚଳେ। ନିକଟରେ ଛତିଶଗଡ଼ ରାୟପୁରର ଉପ ଜିଲାପାଳ ଶୀତଲ ବଂଶଲ ଆଇଏଫ୍‌ଏସ୍‌ ଅଧିକାରୀ ଆୟୁଷଙ୍କୁ ବିବାହ କରିବାକୁ ଥିବା ବେଳେ ସେ ତାଙ୍କ ବିବାହ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଶୀତଲ କହିଛନ୍ତି ଯଦି ଆମେ ଏହି ସମୟରେ ବିବାହ କରିବୁ ତେବେ ଏହା ସମାଜକୁ ଭୁଲ ବାର୍ତ୍ତା ଦେବ। ତେଣୁ କରୋନା ସଂକ୍ରମଣକୁ ରୋକିବାକୁ କରାଯାଇଥିବା ଲକ୍‌ଡାଉନ୍‌କୁ ସମ୍ମାନ ଜଣାଇ ଆମେ ବିବାହ ସ୍ଥଗିତ ରଖିଛୁ ବୋଲି ଶୀତଲ କହିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଅର୍ଥାତ୍‌ ମାର୍ଚ୍ଚ ୨୬ରେ ଏମାନଙ୍କ ବିବାହ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା।

Share