କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୬: ଅନ୍‌ଲକ୍‌-୧ ମଧ୍ୟରେ କରୋନା ସ୍ଥିତିକୁ ନେଇ ମଙ୍ଗଳବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏହି ମହାମାରୀକୁ ରୋକିବା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ୨ ଦିନ ଧରି ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ସୂଚନାଯୋଗ୍ୟ, ଜୁନ ୧୬ ଅର୍ଥାତ୍‌ ମଙ୍ଗଳବାର ୨୧ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ସେହିପରି ଜୁନ ୧୭ରେ ଅନ୍ୟ ୧୫ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ମୋଦି କଥାବାର୍ତ୍ତା କରିବେ ବୋଲି ସୂଚନା ରହିଛି। ଏହି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ଯୋଜନା ଉପରେ ଆଲୋଚନା ହୋଇପାରେ। ସୂଚନା ମୁତାବକ କରୋନା ସଙ୍କଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଗତ ୮୮ଦିନରେ ଷଷ୍ଠଥର ପାଇଁ ଭିଡିଓ କନ୍‌ଫରେନ୍ସ କରିବେ।

Share