କରୋନା ହଟସ୍ପଟ୍‌ ଧରାବିରେ ୭ ଦିନ ମଧ୍ୟରେ ଘଟିନି କୌଣସି ମୃତ୍ୟୁ

ମୁମ୍ବାଇ,୮।୬: କରୋନା ସଂକ୍ରମଣର ହଟସ୍ପଟ୍‌ ପାଲଟିଥିବା ମୁମ୍ବାଇର ଧରାବିରେ ଗତ ୭ ଦିନ ମଧ୍ୟରେ କୌଣସି ମୃତ୍ୟୁ ଘଟି ନ ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମେ ୩୦ଠାରୁ ଜୁନ୍‌ ୭ ମଧ୍ୟରେ ଏଠାରେ କରୋନା ସଂକ୍ରମଣ ଯୋଗୁ କାହାର ମୃତ୍ୟୁ ଘଟି ନ ଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି। ଜୁନ୍‌ ୧ରେ ଏଠାରେ ୩୪ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହିପରି ଜୁନ୍‌ ୪ରେ ୨୩, ଜୁନ୍‌ ୫ରେ ୧୭ ଏବଂ ଜୁନ୍‌ ୭ରେ ୧୩ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଗୁନ୍‌ ୭ ସୁଦ୍ଧା ୧,୯୧୨ ରହିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ୬ରୁ୭ ଲକ୍ଷ ଲୋକଙ୍କ ସ୍କ୍ରିନିଂ କରାଯାଇଛି ବୋଲି ବିଏମ୍‌ସି କମିଶନର କିରଣ ଦିଘ୍‌ଓ୍ବାର୍କର କହିଛନ୍ତି।

Share