କରୋନା ହରାଇବା ପାଇଁ ଅଣ୍ଟାଭିଡ଼ା: ପ୍ରତିଦିନ ତିଆରି ହେଉଛି ୫୦ ଲକ୍ଷ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌

ଡେରାଡୁନ୍‌,୮।୪: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପରିସ୍ଥଳେ ଆମେରିକା, ବ୍ରାଜିଲ୍‌ ସମେତ ଅନ୍ୟ ୩୦ରୁ ଅଧିକ ଦେଶରେ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ର ଚାହିଦା ବୃଦ୍ଧି ପାଇଛି। ଭାରତରୁ କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ ନେବା ପାଇଁ ବିଭିନ୍ନ ଦେଶ ଅନୁରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ର ଉତ୍ପାଦନ ବୃଦ୍ଧି ଲାଗି ୨୪ ଘଣ୍ଟିଆ କାମ ଜାରି ରହିଛି। ପ୍ରତିଦିନ ୫୦ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ ପ୍ରସ୍ତୁତ କରାଯାଉଛି। ମାଲେରିଆ ଚିକିତ୍ସା ଲାଗି ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍‌ ଟ୍ୟାବଲେଟ୍‌ କରୋନା ଚିକିତ୍ସାରେ ବେଶ୍‌ ସଫଳ ରହିଥିବା କୁହାଯାଉଛି। ଦେଶର କେତେକ ଔଷଧ କମ୍ପାନୀକୁ ଏହାର ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share