CORONAVIRUS UPDATE: ଭଦ୍ରକରେ ପୁଣି ୪ କରୋନା ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ ପୁଣି ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲାର। ଏହାକୁ ମିଶାଇ ଓଡ଼ିଶାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୪ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

୪ ଆକ୍ରାନ୍ତଙ୍କ ମଧ୍ୟରେ ତିହିଡ଼ି ଏବଂ ଧାମନଗର ବ୍ଲକର ୨ଜଣ ଲେଖାଏ ରହିଛନ୍ତି। ଏମାନଙ୍କର ବୟସ ଯଥାକ୍ରମେ ୪୦ ବର୍ଷ, ୨୯ ବର୍ଷ, ୪୧ବର୍ଷ ଏବଂ ୨୪ ବର୍ଷ। ସେମାନେ ପଶ୍ଚିମବଙ୍ଗରୁ ଫେରିଥିଲେ। ଆକ୍ରାନ୍ତମାନଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share