କରୋନା ଚିକିତ୍ସା ଉପକରଣ ଆଣିବା ଲାଗି ଚାଇନା ଗଲା ଏୟାର ଇଣ୍ଡିଆ ବି-୭୮୭ ବିମାନ

ନୂଆଦିଲ୍ଲୀ,୧୮।୪: ଭାରତରେ କରୋନା ବିରୋଧର ଲଢ଼େଇ ଜାରି ରହିଛି। ଦେଶରେ ଆବଶ୍ୟକ ଚିକିତ୍ସା ଉପକରଣର ଅଭାବ ପୂରଣ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ଅନ୍ତର୍ଗତ ଏୟାର ଇଣ୍ଡିଆର ବିି-୭୮୭ ବିମାନ ଚାଇନା ଯାତ୍ରା କରିଛି। କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଟେଷ୍ଟ୍‌ କିଟ୍‌, ର଼୍ୟାପିଡ୍‌ ଆଣ୍ଟିବଡ଼ି ଟେଷ୍ଟ୍‌ କିଟ୍‌, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) ଆଦି ଚାଇନାରୁ ଆଣିବା ଲାଗି ଭାରତ ସରକାର ଚାଇନା ସହିତ କୂଟନୈତିକସ୍ତରରେ ଆଲୋଚନା କରିଛନ୍ତି। ଏସବୁ ଉପକରଣ ଦ୍ୱାରା ଦେଶରେ କରୋନା ସଂକ୍ରମିତଙ୍କ ଚିକିିତ୍ସା ସହଜ ହୋଇପାରିବ ବୋଲି କୁହାଯାଉଛି।

Share