ଜେନେଭା,୨୨।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍ ଡାଉନ୍ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। କରୋନା ପରେ ପୃଥିବୀ ଉପରେ ପୁଣି ବଡ଼ ବିପଦ ମାଡ଼ି ଆସିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି। କରୋନା ପରବର୍ତ୍ତୀ ସମୟରେ ପୃଥିବୀର ୧୩ କୋଟି ୫୦ ଲକ୍ଷରୁ ଆରମ୍ଭ କରି ୨୫ କୋଟି ପର୍ଯ୍ୟନ୍ତ ଲୋକଙ୍କର ଖାଦ୍ୟ ଅଭାବରୁ ଭୋକରେ ମୃତ୍ୟୁ ଘଟିବ ବୋଲି ବିଶ୍ୱ ଖାଦ୍ୟ ସଙ୍କଟ ରିପୋର୍ଟରେ ପ୍ରକାଶ ପାଇଛି। କାମଧନ୍ଦା ନ ମିଳିବାରୁ ଲୋକଙ୍କ ପାଖରେ ଖାଦ୍ୟ କିଣିବାକୁ ଅର୍ଥ ରହିବ ନାହିଁ। ଫଳରେ ବହୁ ଲୋକ ଭୋକ ଉପାସରେ ରହିବେ। ଏହା ଯୋଗୁ ପୃଥିବୀର ୟେମେନ୍, କଙ୍ଗୋ,ଆଫଗାନିସ୍ତାନ, ଭେନଜୁଏଲା, ଇଥୋପିଆ, ସୁଦାନ, ସିରିଆ, ନାଇଜେରିଆ, ହାଇତି ଆଦି ୧୦ଟି ଦେଶ ଅଧିକ ପ୍ରଭାବିତ ହେବେ। ବହୁ ବିକଶିତ ଦେଶରେ ମଧ୍ୟ ଖାଦ୍ୟ ସଙ୍କଟ ସୃଷ୍ଟି ହେବ ବୋଲି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍ପି) ମୁଖ୍ୟ ଡେଭିଡ୍ ବିସ୍ଲେ ସୂଚନା ଦେଇଛନ୍ତି।