କରୋନା ସଂକ୍ରମଣ ପାଇଁ କିଏ ଦାୟୀ: ଚାଇନା ଉପରେ ବଢ଼ିଲା ଆମେରିକା ଚାପ

ଓ୍ବାଶିଂଟନ,୨୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। ଚାଇନାର ଉହାନ ସ୍ଥିତ ଲ୍ୟାବ୍‌ରୁ ଏକ ପରୀକ୍ଷା ସମୟରେ କରୋନା ଭୂତାଣୁ ଭୁଲ୍‌ ବଶତଃ ଲିକ୍‌ ହୋଇଥିବା କୁହାଯାଉଛି। ଏହାକୁ ନେଇ ଆମେରିକା ଚାଇନା ଉପରେ ଚାପ ବଢ଼ାଇବାରେ ଲାଗିଛି। ଏନେଇ ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି ଯେ, ଚାଇନାର ଭୁଲ୍‌ ଯୋଗୁ ଏଭଳି ମହାମାରୀ ସ୍ଥିତି ସାରା ପୃଥିବୀରେ ଦେଖାଦେଇଛି। ଏହାଦ୍ୱାରା ଚାଇନାର ଅର୍ଥବ୍ୟବସ୍ଥା ସଙ୍କଟରେ ପଡ଼ିବା ସହିତ ଆମେରିକାର ବହୁ କ୍ଷତି ହୋଇଛି। ପୃଥିବୀର ବହୁ ରାଷ୍ଟ୍ରରେ ମଧ୍ୟ ସମାନ ସଙ୍କଟ ଦେଖାଦେଇଛି। ଚାଇନା ଏହି ଭୁଲ୍‌ ପାଇଁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ପମ୍ପିଓ କହିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମଧ୍ୟ ଚାଇନା ଉପରେ କ୍ଷତି ଭରଣା ପାଇଁ ଚାପ ପକାଇଥିଲେ।

Share