ସକାଳେ କିଛି ସମୟ ବ୍ୟାୟାମ ପରେ ୭-୮ଟି ଚିନା ବାଦାମ ଖାଇଲେ ଅନେକ ଉପକାର ମିଳେ। ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ଚିନା ବାଦାମରେ ଓମେଗା-୩ ଫ୍ୟାଟି ଏସିଡ୍ ରହିଥାଏ। ଏହା ଏକ ଅନସାଚ୍ୟୁରେଟେଡ୍ ଫ୍ୟାଟ୍। କ୍ୟାନସରକୁ ପ୍ରାଥମିକ ଅବସ୍ଥାରୁ ଏହା ରୋକଥାଏ। ଏହା ବ୍ରେଷ୍ଟ କ୍ୟାନସର କୋଷିକାକୁ ନଷ୍ଟ କରିଥାଏ। କ୍ୟାନସର ରୋଗକୁ ପ୍ରତିରୋଧ କରିବାରେ ଫ୍ୟାଟି ଏସିଡ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଫ୍ୟାଟି ଏସିଡ୍ କ୍ୟାନସର କୋଷିକାକୁ ନଷ୍ଟ କରିବା ସହିତ ଏହାକୁ ଆଉ ବଢ଼ିବାକୁ ଦେଇ ନ ଥାଏ। ଫଳରେ ଧୀରେ ଧୀରେ ଏକ ବର୍ଷରୁ ଦେଢ଼ ବର୍ଷ ମଧ୍ୟରେ କ୍ୟାନସର ରୋଗରୁ ମୁକ୍ତି ମିଳିଥାଏ ।