କର୍କଟ ପୀଡ଼ିତଙ୍କ ପାଣ୍ଠି ସଂଗ୍ରହ ପାଇଁ ନିଆରା ପ୍ରୟାସ

ଭୁବନେଶ୍ୱର, ୬ା୨(ବ୍ୟୁରୋ): କର୍କଟ ପୀଡିତଙ୍କ ପାଣ୍ଠି ସଂଗ୍ରହ ପାଇଁ ରେଡ୍‌ ସ୍ବସ୍ତିକ ସୋସାଇଟି ଓଡ଼ିଶା ଶଖା, ସମ୍ପଲି କେୟାର କ୍ଲିନିକ୍‌ ଓ ଲାୟନ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେଶନର ମିଳିତ ଉଦ୍ୟମରେ ସୂଚନା ଭବନରେ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଥିଲା। ସାଜ୍‌ ଓ ଆୱାଜ୍‌ ତରଫରୁ ସଙ୍ଗୀତଜ୍ଞ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ୍‌ଙ୍କ ଲୋକପ୍ରିୟ ସଙ୍ଗୀତ ପରିବେଷଣ କରାଯାଇଥିଲା।
ସ୍ବସ୍ତିକ ସୋସାଇଟି ଓଡ଼ିଶା ଶାଖା ସଭାପତି ବିଜୟ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଓ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ, ଅଭିନେତ୍ରୀ ଭୂମିକା ଦାସ, ହାସ୍ୟ କଳାକାର ସ୍ମୃତିରଞ୍ଜନ (ନଟିଆ) ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୋଲିସ ଗୃହ ନିଗମର ନିର୍ଦ୍ଦେଶକ ଡ. ଲଳିତ ଦାସ, ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସଙ୍ଗୀତା ଗୋସାଇଁ, ଗ୍ୟାଷ୍ଟ୍ରୋଲୋଜିଷ୍ଟ ଡା. ମନୋଜ କୁମାର ସାହୁ, ଅନ୍‌କୋଲୋଜିିଷ୍ଟ ଡା. ଘନଶ୍ୟାମ ବିଶ୍ୱାସ, ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ ଏସ୍‌.ସି. ଭଦ୍ରା, ମେଟ୍ରୋଗ୍ରୁପ୍‌ର ମ୍ୟାନେଜିଂ ପାର୍ଟନର ଇଂ. ପୀୟୂଷ ମହାନ୍ତି, କଣ୍ଠଶିଳ୍ପୀ ଅନିନ୍ଦିତା ଦାସ, ଆୟକର ବିଭାଗର ପୂର୍ବତନ ସଚିବ ଶରତ ଦାସ, ସିମ୍ପଲି କେୟାର କ୍ଲିନିକର କାର୍ଯ୍ୟନିର୍ବାହୀ ଅଧିକାରୀ ଡା. ନିମାଇଁ ଚରଣ ପରିଜା, ଉପଦେଷ୍ଟା ଡା. ସ୍ମରଜିତ୍‌ ପଟ୍ଟନାୟକ, ଲାୟନ ମିନତୀ ବେହେରା କ୍ୟାନ୍‌ସର ଫାଉଣ୍ଡେଶନ ସମ୍ପାଦିକା ସୁଚିସ୍ମିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ରେଡ଼୍‌ ସ୍ବସ୍ତିକ୍‌ ସୋସାଇଟି କୋଷାଧ୍ୟକ୍ଷ ଓ ସମ୍ପାଦକ ଦେବାଶିଷ ପଟ୍ଟନାୟକ ପରିଚାଳନା କରିଥିଲେ। ରେଡ୍‌ ସ୍ବସ୍ତିକ୍‌ ସୋସାଇଟି ୧୮ ବର୍ଷ ଧରି କ୍ୟାନ୍‌ସର ପୀଡିତ ଓ ଦିବ୍ୟାଙ୍ଗ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିଆସୁଛି ଓ ଆଗାମୀ ଦିନରେ ଏହି ପ୍ରୟାସ ଜାରି ରହିବ ବୋଲି ସଭାପତି ଆଚାର୍ଯ୍ୟ କହିଥିଲେ।

Share