Categories: ଖେଳ

କର୍କଟ ରୋଗରୁ ମୁକ୍ତି ପାଇଲେ ଭିଆଲି

ଲଣ୍ଡନ, ୧୫ା୪ (ଏଏଫ୍‌ପି)-ଇଟାଲୀ ଓ ଜୁଭେଣ୍ଟସ୍‌ ଟିମ୍‌ର ପୂର୍ବତନ ଫରଓ୍ବାର୍ଡ ଜିଆନଲୁକା ଭିଆଲି ଦ୍ୱିତୀୟ ଥର କର୍କଟ ରୋଗରୁ ମୁକ୍ତି ପାଇଛନ୍ତି। ୫୫ ବର୍ଷୀୟ ଭିଆଲି ପ୍ରଥମେ ୨୦୧୮ରେ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ଏଥରୁ ସେ ଆରୋଗ୍ୟ ଲାଭ କରିବାରେ ସକ୍ଷମ ହୋଇଥିଲେ। ଗତବର୍ଷ ସେ ପୁଣି ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ। ପାନ୍‌କ୍ରିଆଟିକ୍‌ କର୍କଟ ରୋଗ ପାଇଁ ୧୭ ମାସ ଧରି ଚିକିତ୍ସିତ ହେବା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିଛନ୍ତି। ତାଙ୍କୁ ପ୍ରଥମେ ୮ମାସ ଏବଂ ପରେ ୯ ମାସ ଦୁଇଥର କେମୋଥେରାପି ନେବାକୁ ପଡ଼ିଥିଲା।