କର୍କଟ ରୋଗ ଆଶଙ୍କା କମ୍‌ କରେ ପିଆଜ ଶଣ୍ଡା

ଶୀତଦିନେ ପର୍ଯ୍ୟାପ୍ତ ପରିମାଣର ପିଆଜ ଶଣ୍ଡା ବଜାରରେ ମିଳିଥାଏ। ଏହାକୁ ଖାଇବା ପାଇଁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହା କେବଳ ଖାଇବା ପାଇଁ ନୁହେଁ, ଏହାର ଅନେକ ଉପକାରୀ ଗୁଣ ମଧ୍ୟ ରହିଛି। ଏଥିରେ ପ୍ରଚୁର ପରିମାଣର ଭିଟାମିନ୍‌ ‘ସି’, ଭିଟାମିନ ‘ଡି’, ଭିଟାମିନ ‘ଏ’ ଆଦି ଭରପୂର ହୋଇରହିଛି। ଯାହା ଶରୀର ପାଇଁ ଖୁବ୍‌ ଲାଭଦାୟକ। ଏହା ସହିତ ଏଥିରେ କ୍ୟାଲସିୟମ, ମାଙ୍ଗାନିଜ, ଫସ୍‌ଫରସ, ମ୍ୟାଗ୍ନେସିୟମ, ପୋଟାସିୟମ ଏବଂ ଫାଇବର ରହିଛି।

– ପିଆଜ ଶଣ୍ଡାରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି।

– ଏଥିରେ ଥିବା ଭିଟାମିନ ‘ସି’ ରକ୍ତଚାପ ନିୟନ୍ତ୍ରଣ କରିଥାଏ।

– ପିଆଜ ଶଣ୍ଡାରେ ଥିବା ସଲଫର୍‌ ଧମନୀ ସହ ଜଡ଼ିତ ବିଭିନ୍ନ ସମସ୍ୟାରୁ ଦୂରେଇ ରଖେ।

– ପିଆଜ ଶଣ୍ଡା ଖାଇଲେ କର୍କଟରୋଗ ଆଶଙ୍କା କମ୍‌ ରହିଥାଏ।

– ପ୍ରତିଦିନ ସକାଳେ ଅଧାକପ୍‌ ପିଆଜ ଶଣ୍ଡାକୁ ବାଟି ଏହାର ରସ ପିଇଲେ ହୃଦ୍‌ରୋଗ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ଦିଅନ୍ତି।