କର୍କଟ ହସ୍ପିଟାଲରେ ବିସ୍ଫୋରଣ: ୧୯ ମୃତ

କାଏରୋ,୫।୮: ଇଜିପ୍ଟର କାଏରୋଠାରେ ଏକ କର୍କଟ ହସ୍ପିଟାଲରେ ବିସ୍ଫୋରଣ ଘଟି ୧୯ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଏକ କାର ନିୟନ୍ତ୍ରଣ ହରାଇ ପାର୍କିଂସ୍ଥଳରେ ଥିବା ଅନ୍ୟ କାରକୁ ଧକ୍କା ଦେବାରୁ ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।

Share