Categories: ଜାତୀୟ

କର୍ତ୍ତାରପୁର କରିଡର: ଭାରତ-ପାକିସ୍ତାନ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ

ନୂଆଦିଲ୍ଲୀ,୨୪।୧୦: ଭାରତ ଓ ପାକିସ୍ତାନ କର୍ତ୍ତାରପୁର କରିଡରକୁ ନେଇ ଏକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଉଭୟ ଦେଶର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ଚୁକ୍ତି ଅନୁଯାୟୀ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ପାଇଁ ପାକିସ୍ତାନରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଯିବା ପାଇଁ କୌଣସି ଭିସା ନିୟମ ଲାଗୁ କରିବ ନାହିଁ। ଏଥିସହ ଭାରତ ସରକାରଙ୍କ ସମସ୍ତ ସର୍ତ୍ତରେ ପାକିସ୍ତାନ ରାଜି ହୋଇଥିଲେ ହେଁ ପ୍ରବେଶ ଫି’ ଆଦାୟ ଜିଦରେ ଅଟଳ ରହିଥିଲା। ଭାରତରୁ ଯାଉଥିବା ପ୍ରତି ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୨୦ ଡଲାର ଲେଖାଏ ଆଦାୟ କରିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ,ନଭେମ୍ବର ୯ରେ ଏହି କରିଡର ଉଦଘାଟିତ ହେବ।

Share