ବେଙ୍ଗାଲୁରୁ,୨୪।୬: ଗତ ଲୋକ ସଭା ନିର୍ବାଚନରେ କର୍ନାଟକରେ ଶୋଚନୀୟ ପରାଜୟ ପରେ ଏବେ ଆତ୍ମମନ୍ଥନ କରୁଛି କଂଗ୍ରେସ। ଏହି ପରାଜୟ ପାଇଁ ଦଳ ରାଜ୍ୟରେ ଜନତା ଦଳ ସେକ୍ୟୁଲାର(ଜେଡିଏସ୍) ସହ ମେଣ୍ଟକୁ ଦାୟୀ କରୁଛି। ବିରପ୍ପା ମୋଇଲିଙ୍କ ପରେ କେ ଏଚ୍ ମୁନିଅପ୍ପା ଏବେ କଂଗ୍ରେସର ପରାଜୟ ପାଇଁ ମେଣ୍ଟକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଏହି ମେଣ୍ଟ କେବଳ କଂଗ୍ରେସ ପାଇଁ ନୁହେଁ ଜେଡିଏସ୍ ପାଇଁ ମଧ୍ୟ ମହଙ୍ଗା ପଡିଛି। ଏଚ୍ ଡି ଦେବଗୌଡାଙ୍କ ଭଳି ନେତା ଏଠାରେ ହାରିଥିବା ଆମେ ଦେଖିଛୁ। ତେବେ ଆମେ ମେଣ୍ଟ ସରକାର ଚଳାଇଲେ ମଧ୍ୟ ପଞ୍ଚୟତ ନିର୍ବାଚନରେ କଂଗ୍ରେସ ଏକାକି ଲଢିବ ବୋଲି ସେ କହିଛନ୍ତି।