ବେଙ୍ଗାଲୁରୁ,୪।୮: କର୍ନାଟକରେ ଭାଜପା ଶାସନ କ୍ଷମତା ହାତକୁ ନେଇଥିବା ବେଳେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍) ନେତା ଏଚ୍ଡି କୁମାରସ୍ବାମୀ କହିଛନ୍ତି କର୍ନାଟକରେ ଭାଜପା ବେଶୀଦିନ ଶାସନ କ୍ଷମତାରେ ରହି ପାରିବ ନାହିଁ। କୁମାରସ୍ବାମୀ କହିଛନ୍ତି ଅଯୋଗ୍ୟ ଘୋଷିତ ହୋଇଥିବା ୧୭ ବିଧାୟକଙ୍କ ଆସନରେ ପୁଣି ଥରେ ନିର୍ବାଚନ ହେବ। ସେଥିପାଇଁ ସେ ତାଙ୍କ କର୍ମୀମାନଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏମିତିକି ୨୨୪ଟି ଆସନରେ ମଧ୍ୟ ପୁଣିଥରେ ନିର୍ବାଚନ ହେବ ବୋଲି କୁମାରସ୍ବାମୀ ଆଶ ପ୍ରକଟ କରିଛନ୍ତି। କାରଣ ଭାଜପା ବେଶୀଦିନ ଶାସନ କ୍ଷମତା ରଖିପାରିବ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି।