ବେଙ୍ଗାଲୁର,୬।୭: କର୍ନାଟକରେ ଏବେ କୁମାରସ୍ବାମୀ ସରକାର ସଙ୍କଟରେ। ଶନିବାର କଂଗ୍ରେସର ୮ ଓ ଜେଡିଏସ୍ର ୩ ବିଧାୟକ ଇସ୍ତଫା ଦେବା ଦେବା ପରେ ଏବେ ମେଣ୍ଟ ସରକାର ଭାଙ୍ଗିବ ବୋଲି ଆଲୋଚନା ହେଉଛି। ସୂଚନା ଅନୁଯାୟୀ, କର୍ନାଟକରେ ମୋଟ ବିଧାନସଭା ଆସନ ସଂଖ୍ୟା ୨୨୪। ସଂଖ୍ୟା ଗରିଷ୍ଠତା ପାଇଁ ଏଠାରେ ୧୧୩ ବିଧାୟକ ଆବଶ୍ୟକ। ଆଉ ଏବେ ଭାଜପା ପାଖରେ ରହିଛନ୍ତି ୧୦୫ ବିଧାୟକ। ଆଉ ଅନ୍ୟପଟେ କଂଗ୍ରେସ ଓ ଜେଡିଏସ୍ ବିଧାୟକମାନେ ଇସ୍ତଫା ଦେଉଥିବା ବେଳେ ଏବେ ମେଣ୍ଟ ସରକାର ବିଧାୟକଙ୍କ ସଂଖ୍ୟା ପହଞ୍ଚିଛି ୧୧୪ରେ। ପୁଣି ଭାଜପା ଦାବି କରୁଛି କି ଆଉ ୨ ଜେଡିଏସ୍ ବିଧାୟକ ଗୁପ୍ତ ଭାବେ ଇସ୍ତଫା ଦେବେ ବୋଲି କହିଛନ୍ତି। ତେଣୁ କର୍ନାଟକ ମେଣ୍ଟ ସରକାର ଏକ ପ୍ରକାର ଭାଙ୍ଗିବା ପରିସ୍ଥିତିରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଯୋର ଧରିଛି।