Advertisement

କର୍ନାଟକର କୃଷକ ତିଆରି କଲେ ଗଛରେ ଚଢି ପାରୁଥିବା ବାଇକ୍‌

ବେଙ୍ଗାଲୁର,୧୮।୬: ନଡ଼ିଆ ଓ ଗୁଆ ଗଛରେ ଚଢି ଫଳ ତୋଳିବା ବଡ କଷ୍ଟକର ବ୍ୟାପାର ହୋଇଥାଏ। ଏଥିପାଇଁ ଅନେକ ଲୋକ ଏହି ଫସଲ କରିବାକୁ ପଛଘୁଞ୍ଚା ଦେଇଥାଆନ୍ତି। ହେଲେ ଏବେ କର୍ନାଟକ ମଙ୍ଗାଲୁରୁରେ ରହୁଥିବା ଗଣପତି ଭଟ୍ଟ ନାମକ ଜଣେ କୃଷକ ଏମିତି ଏକ ବାଇକ୍‌ ତିଆରି କରିଛନ୍ତି ଯାହା ଗଛରେ ଚଢି ପାରିବ। ବାଇକଟି ୬୦-୮୦ କିଲୋମିଟର ବେଗରେ ଗତି କରିବ ବୋଲି ସେ ଦାବି କରିଛନ୍ତି। ଏହାସହ ସେ ସାଙ୍ଗରେ ୮୦ କିଲୋ ଓଜନର ସାମଗ୍ରୀ ମଧ୍ୟ ବହନ କରିପାରିବ। ଗୋଟିଏ ଲିଟର ପେଟ୍ରୋଲରେ ଏହା ୮୦ଟି ଗଛ ଚଢିପାରିବ। ଏହାସହ ବର୍ଷାଦିନେ ଗଛରେ ଔଷଧ ସିଞ୍ଚନ କାର୍ଯ୍ୟରେ ଏହା ସହାୟକ ହେବ ବୋଲି କହିଛନ୍ତି ଗଣପତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share