ବେଙ୍ଗାଲୁର,୧୧।୧୦: କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱରଙ୍କ ୩୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଦ୍ୱିତୀୟ ଦିନରେ ବି ଚଢ଼ାଉ ଜାରି ରଖିଛି। ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଏହି ଚଢ଼ାଉ ଶୁକ୍ରବାର ମଧ୍ୟ ଜାରି ରହିଛି। ତେବେ ଗୁରୁବାର ଚଢ଼ାଉରେ ପ୍ରାୟ ୪.୫୨କୋଟି ଟଙ୍କା ଜବତ କରାଯାଇଛି। ଶୁକ୍ରବାର ସିଦ୍ଧାର୍ଥ ମେଡିକାଲ କଲେଜ ପରିସର ଏବଂ ପରମେଶ୍ୱରଙ୍କ ବାସଭବନ ଓ ପ୍ରତିଷ୍ଠାନଗୁଡିକ ଉପରେ ଆୟକର ବିଭାଗ ଚଢ଼ାଉ କରିଛି। ଏହି କଲେଜ ପରମେଶ୍ୱରଙ୍କ ଟ୍ରଷ୍ଟ ଦ୍ୱାରା ଚାଲୁଥିବା ଜଣାପଡ଼ିଛି। ଏଥିସହ ତାଙ୍କ ଭାଇଙ୍କ ପୁଅ ଘରେ ମଧ୍ୟ ଚଢ଼ାଉ କରାଯାଇଛି।