Categories: ଜାତୀୟ

କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଆରମ୍ଭ

ବେଙ୍ଗାଲୁରୁ,୫।୧୨: କର୍ନାଟକର ୧୫ ବିଧାନସଭା ଆସନ ପାଇଁ ଗୁରୁବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହାର ଫଳାଫଳ ୯ ତାରିଖରେ ପ୍ରକାଶ ପାଇବ। କଂଗ୍ରେସ ଓ ଜେଡି(ଏସ୍‌) ମେଣ୍ଟର ଅଯୋଗ୍ୟ ଘୋଷିତ ୧୭ ବିଧାୟକ ଗତ ଜୁଲାଇରେ ବିଧାନସଭାରୁ ଇସ୍ତଫା ଦେବା ପରେ ଏହି ଆସନ ସବୁ ଖାଲି ପଡିଥିଲା। କର୍ନାଟକ ହାଇ କୋର୍ଟରେ ଚାଲିଥିବା ମାମଲାକୁ ନେଇ ଅନ୍ୟ ଦୁଇଟି ମାସକି ଓ ରାଜରାଜେଶ୍ୱରୀ ଆସନରେ ଭୋଟ ଗ୍ରହଣ ସ୍ଥଗିତ ରହିଛି। ଏହି ଉପନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ପାଇଁ ବେଶ୍‌ ଗୁରୁତ୍ୱ ରଖେ। କାରଣ ଏହାରି ଆଧରରେ ହିଁ କର୍ନାଟକରରେ ୪ ମାସ ହେବ ଶାସନ ଗାଦିରେ ବସିଥିବା ଭାଜପା ସରକାର ରହିପାରେ ନଚେତ୍‌ ଭାଙ୍ଗିପାରେ। ତେବେ ୟେଦୁରପ୍ପା ସରକାର ଶାସନ ଗାଦିରେ ବସିବାକୁ ହେଲେ ଅତିକମ୍‌ରେ ୬ଟି ଆସନରେ ବିଜୟୀ ହେବା ଜରୁରୀ ବୋଲି କୁହାଯାଉଛି।

Share