Categories: ଜାତୀୟ

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪ ସୁଦ୍ଧା ଫଳାଫଳ ପ୍ରକାଶ ପାଇବା ଆଶା କରାଯାଉଛି। ଫଳାଫଳ ଉପରେ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଭର କରିବ ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ବିଧାନସଭାରେ ସଂଖ୍ୟାଗରିଷ୍ଠତା ବଜାୟ ରଖିବାକୁ ହେଲେ ଭାଜପା ସରକାର ପାଇଁ ୧୧୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ। ଏବେ ଭାଜପାର ସରକାରଙ୍କ ପାଖରେ ୧୦୫ ବିଧାୟକ ଥିବାବେଳେ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ରହିଛି। ତେଣୁ ଭାଜପା ସରକାରଙ୍କୁ ଆଉ ୬ ଜଣ ବିଧାୟକଙ୍କ ସମର୍ଥନ ଦରକାର।

Share