ବେଙ୍ଗାଲୁରୁ/ରାଞ୍ଚି,୫।୬: ଦେଶର ଦୁଇ ରାଜ୍ୟ କର୍ନାଟକ ଏବଂ ଝାଡଖଣ୍ଡରେ ଶୁକ୍ରବାର ସକାଳୁ ଭୂକମ୍ପ ଝଟ୍କା ଲାଗିଛି। ସକାଳ ୬ଟା ୫୫ ମିନିଟ୍ରେ ଲୋକେ ଭୂକମ୍ପ ଅନୁଭୂତ କରିଥିବା ସୂଚନା ମିଳିଛି। ଝାଡଖଣ୍ଡରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୭ ଥିବାବେଳେ କର୍ନାଟକର ହମ୍ପୀରେ ୪ ମପାଯାଇଛି। ଏହି ଦୁଇ ଯାଗାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ଆକଳନ କରାଯାଇ ନାହିଁ। ସୂଚନାଯୋଗ୍ୟ, ଜୁନ୍ ୩ରେ ନୋଏଡାରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା। ଏହାପୂର୍ବରୁ ଦିଲ୍ଲୀ-ଏନ୍ସିଆରରେ ମଧ୍ୟ ମେ ୨୯ରେ ଭୂକମ୍ପ ସୃଷ୍ଟି ହୋଇଥିଲା।