Categories: ଜାତୀୟ

କର୍ନାଟକ ଫୋନ୍‌ ଟ୍ୟାପିଂ ମାମଲା: ତଦନ୍ତ କରିବ ସିବିଆଇ; ସୂଚନା ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୮।୮: କର୍ନାଟକରେ ହୋଇଥିବା ଫୋନ୍‌ ଟ୍ୟାପିଂ ମାମଲାର ତଦନ୍ତ ସିବିଆଇ କରିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ରବିବାର ସୂଚନା ଦେଇଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା ସମୟରେ ସେ ଏହା କହିଛନ୍ତି। ଏନେଇ ସୋମବାର ସେ ଚିଠି ଲେଖିବେ। ସମସ୍ତ ରାଜନୈତିକ ଦଳର ନେତା ଏହି ମାମଲାର ତଦନ୍ତ ପାଇଁ ଦାବି କରିଥିଲେ। ତେଣୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦେବା ଲାଗି ଚିନ୍ତା କରାଯାଇଛି ବୋଲି ୟେଦୁରପ୍ପା କହିଛନ୍ତି।

Share