ବେଙ୍ଗାଲୁରୁ,୧୧।୮: କର୍ନାଟକରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା। ସେ ହକିଛନ୍ତି କର୍ନାଟକର ବନ୍ୟା ପରିସ୍ଥିତିକୁ କେନ୍ଦ୍ର ଅଣଦେଖା କରିଛି। କର୍ନାଟକ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା କରିବା ସହ କେନ୍ଦ୍ର ୫ହଜାର କୋଟି ଟଙ୍କା ସହାୟତା ଦେଉ ବୋଲି ଦାବି କରିଛନ୍ତି ସିଦ୍ଧରମେୟା। ଏପର୍ଯ୍ୟନ୍ତ କେନ୍ଦ୍ର ଶୋଇଛି ପ୍ରଧାନମନ୍ତ୍ରୀ ନିଜେ ଆସି ବନ୍ୟା ପରିସ୍ଥିତିର ସମୀକ୍ଷା କରନ୍ତୁ। କାରଣ ସେ କର୍ନାଟକକୁ ସାବତ ପୁଅ ଭଳି ଦେଖୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଟୁଇଟ୍ କରି ସୁଦ୍ଧରମେୟା ଆହୁରି ମଧ୍ୟ କହିଛନ୍ତି, ଚଳିତ ବନ୍ୟାରେ କର୍ନାଟକରେ ଯାହା କ୍ଷତି ହୋଇଛି ତାକୁ ପୂରଣ କରିବାକୁ ବର୍ଷ ବର୍ଷ ସମୟ ଲାଗିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ବନ୍ୟାରେ କର୍ନାଟକରେ ୧୭ଟି ଜିଲା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ପ୍ରାୟ ୨୪ ଜଣଙ୍କ ମୃତ୍ୟୁ ହୋଇଛି।