ବେଙ୍ଗାଲୁରୁ,୩୦।୭: କର୍ନାଟକର ଭାଜପା ବିଧାୟକ ବିଶ୍ୱେଶ୍ୱର ହେଗଡେ କାଗେରି ମଙ୍ଗଳବାର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସିରସି ଆସନର ବିଧାୟକ ହେଗଡେଙ୍କ ସହ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ୬ ଥର ବିଧାୟକ ତଥା କର୍ନାଟକର ଶିକ୍ଷାମନ୍ତ୍ରୀ ଥିବା ହେଗଡେ ବୁଧବାର ନିର୍ବିରୋଧରେ ବାଚସ୍ପତି ଭାବେ ନିର୍ବାଚିତ ହେବେ ବୋଲି ଆଲୋଚନା ହେଉଛି। ସୂଚନାଯୋଗ୍ୟ, ସୋମବାର କର୍ନାଟକ ବିଧାନସଭାର ବାଚସ୍ପତି କେ ଆର୍ ରମେଶ କୁମାର ଇସ୍ତଫା ଦେବା ପରେ ହେଗଡେ ଏହି ପଦପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମେଣ୍ଟ ସରକାର ଭାଙ୍ଗିବା ପରେ ଭାଜପା ଆସ୍ଥା ଭୋଟରେ ବିଜୟ ଲାଭ କରି ଏବେ ୟେଦୁରପ୍ପାଙ୍କ ନେତୃତ୍ୱରେ ସରକାର ଗଢିଛି।