Categories: ଜାତୀୟ

କର୍ନାଟକ ବିଦ୍ରୋହୀ ବିଧାୟକଙ୍କ ଜୀବନ ପ୍ରତି ବିପଦ: ମୁମ୍ବାଇ ପୋଲିସ କମିଶନରଙ୍କୁ ଲେଖିଲେ ଚିଠି

ମୁମ୍ବାଇ,୧୦।୭: କର୍ନାଟକର ୧୦ ବିଦ୍ରୋହୀ ବିଧାୟକ ମୁମ୍ବାଇର ରୋନିସଂସ୍‌ ହୋଟେଲରେ ରହିଛନ୍ତି। ତେବେ ଜୀବନ ପ୍ରତି ବିପଦ ଥିବା ନେଇ ସେମାନେ ମୁମ୍ବାଇ ପୋଲିସ କମିଶନରଙ୍କୁ ଚିଠି ଲେଖିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବିଦ୍ରୋହୀ ବିଧାୟକଙ୍କ ଚିଠି ପୋଲିସ କମିଶନରଙ୍କୁ ମିଳିଥିଲା। ବିଦ୍ରୋହୀ ବିଧାୟକ ମୁଖ୍ୟମନ୍ତ୍ରୀ ଏଚ୍‌ .ଡି. କୁମାରସ୍ବାମୀ ଏବଂ କଂଗ୍ରେସର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କୁ ଭେଟିବାକୁ ଚାହୁଁ ନ ଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ଏହାପରେ ହୋଟେଲ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହୋଟେଲ ବାହାରେ ମହାରାଷ୍ଟ୍ର ରିଜର୍ଭ ପୋଲିସଙ୍କୁ ମୁତୟନ କରାଯାଇଛି।

Share