Categories: ଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ: ସାମାନ୍ୟ ଆଶ୍ୱସ୍ତ ଅଛନ୍ତି ୟେଦୁରପ୍ପା

ବେଙ୍ଗାଲୁରୁ,୯।୧୨: କର୍ନାଟକ ବିଧାନସଭାର ୧୫ ଆସନ ପାଇଁ ହୋଇଥିବା ନିର୍ବାଚନର ଗଣତି ସୋମବାର ସକାଳୁ ଆରମ୍ଭ ହୋଇଛି। ସକାଳ ପ୍ରାୟ ୧୦ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ୧୨ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ମାତ୍ର ଗୋଟିଏ ଆସନରେ ଆଗୁଆ ଥିବା ଜଣାପଡିଛି। ତେବେ ଏହି ନିର୍ବାଚନରେ ଭାଜପାକୁ ଅତିକମରେ ୬ ଆସନ ଆବଶ୍ୟକ ବୋଲି କୁହାଯାଉଛି। ନତେଜ୍‌ ୟେଦୁରପ୍ପାଙ୍କ ସରକାର ଉପରେ ବିପଦ ଆସିପାରେ। ସୂଚନାଯୋଗ୍ୟ, ଏଥିପାଇଁ ଏହି ୧୫ ବିଧାନସଭା ଆସନ ଲାଗି ଗତ ୬ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା।

Share