Categories: ଜାତୀୟ

କର୍ନାଟକ ବିଧାନସଭା ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି

ବେଙ୍ଗାଲୁରୁ,୨୨।୭: କର୍ନାଟକର କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରକୁ ନେଇ ସଙ୍କଟ ଦେଖାଦେଇଥିବା ବେଳେ ସୋମବାର ବିଧାନସଭାରେ ଆସ୍ଥାଭୋଟ ହେବାର ଯୋଜନା ରହିଛି। ଏଥିପାଇଁ ବିଧାନସଭା ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଧାନସୌଧ ଓ ରାଜଭବନ ରାସ୍ତାରେ ଯଥେଷ୍ଟ ପରିମାଣରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି। ସୂଚନାଯୋଗ୍ୟ, ରବିବାର ଉଭୟ କଂଗ୍ରେସ ଓ ଜେଡିଏସ୍‌ ଗରୁତ୍ୱପୂର୍ଣ୍ଣ ବୈଠକରେ ଆଲୋଚନା କରିଛନ୍ତି। ଭାଜପା ସୋମବାର ଏକ ପାର୍ଲାମେଣ୍ଟାରୀ ପାର୍ଟି ମିଟିଂ ଡାକିଛି।

Share