Categories: ଜାତୀୟ

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ୧୦ ଅଯୋଗ୍ୟ ବିଧାୟକଙ୍କୁ ମିଳିଲା ମନ୍ତ୍ରୀ ପଦ

ବେଙ୍ଗାଲୁରୁ,୬।୨: କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗୁରୁବାର ହୋଇଛି। ଉପନିର୍ବାଚନ ଜିତିଥିବା କଂଗ୍ରେସ-ଜେଡିଏସ୍‌ର ୧୦ ଅଯୋଗ୍ୟ ବିଧାୟକଙ୍କୁ ଏଥର ମନ୍ତ୍ରୀ ପଦ ମିଳିଛି। ରାଜ୍ୟପାଳ ଏମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ପୂର୍ବରୁ କହିଥିଲେ ଦଳର ଅଧ୍ୟକ୍ଷ ଓ ନେତାଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୩ ବିଧାୟକଙ୍କ ମଧ୍ୟରୁ ୧୦ ଜଣଙ୍କୁ ମନ୍ତ୍ରୀ ପଦର ଶପଥ ଦିଆଯିବ। ଦିଲ୍ଲୀରେ ବୈଠକ ଅନୁଷ୍ଠିତ ହେବାପରେ ଯାଇ ଅନ୍ୟମାନଙ୍କ କଥା ଚିନ୍ତା କରାଯିବ ବୋଲି ୟେଦୁରପ୍ପା ସୂଚନା ଦେଇଛନ୍ତି।

Share