ବେଙ୍ଗାଲୁରୁ,୧୭।୮: କର୍ନାଟକ ରାଜନୀତିରେ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥର କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ.ଟି.ବି ରାଗରାଜଙ୍କୁ ନେଇ ଚର୍ଚ୍ଚା ହେଉଛି। ଅଯୋଗ୍ୟ ଘୋଷିତ ହୋଇଥିବା ୧୪ ବିଦ୍ରୋହୀ ବିଧାୟକଙ୍କ ମଧ୍ୟରେ ନାଗରାଜଙ୍କ ନାମ ରହିଛି। ନାଗରାଜ ଏବେ ୧୧ କୋଟି ଟଙ୍କାର ମହଙ୍ଗା କାର ରୋଲ୍ସ୍ ରୋୟସ୍ ଫେଣ୍ଟମ୍-୮ କିଣିଛନ୍ତି। ତାଙ୍କ ପାଖରେ ଏଭଳି ବିଳାସପୂର୍ଣ୍ଣ କାର୍ କିଣିବା ପାଇଁ କେଉଁଠୁ ଟଙ୍କା ଆସିଲା ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନାଗରାଜ କାର୍ ଉପରେ ଏପର୍ଯ୍ୟନ୍ତ ଟିକସ ଦେଇ ନାହାଁନ୍ତି। ଟିକସ ଦେଲା ପରେ କାର୍ର ଦାମ୍ ଅଧିକ ହେବ ବୋଲି ଆକଳନ କରାଯାଉଛି।