Categories: ଜାତୀୟ

କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍‌ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !

ବେଙ୍ଗାଲୁର୍‌,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ଆବେଦନର ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନ ଥିବା ଭାଜପା ହାଇକମାଣ୍ଡ୍‌ ମାମଲା ଥଣ୍ଡା ହେବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି। ଅପର ପକ୍ଷରେ ସରକାର ଗଠନରେ ବିଳମ୍ବ ତଥା ବାଚସ୍ପତିଙ୍କ ନିଷ୍ପତ୍ତି ନେଇ ବିଦ୍ରୋହୀଙ୍କ ଧେର୍ଯ୍ୟ ଭାଙ୍ଗିବା ଉପରେ। ରାଜ୍ୟରେ ଭାଜପା ମେଣ୍ଟ କ୍ଷମତା ଦଖଲ କଲେ ନୂଆ ସରକାରଙ୍କ କ୍ୟାବିନେଟ୍‌ରେ ସାମିଲ୍‌ ହେବା ପାଇଁ ୭୧ ଆଶାୟୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ୫୬ ଜଣ ଭାଜପାର ବରିଷ୍ଠ ନେତା ଏବଂ ୧୫ ଜଣ ବିଦ୍ରୋହୀ ଅଛନ୍ତି। ତେବେ ରାଜ୍ୟରେ ଅନୁମୋଦିତ କ୍ୟାବିନେଟ୍‌ ସଦସ୍ୟ ସଂଖ୍ୟା ୩୪ ରହିଛି। ଫଳରେ ଭାଜପା ମେଣ୍ଟ ସରକାରଙ୍କ ପାଇଁ ଏକ ନୂଆ ଚ୍ୟାଲେଞ୍ଜ୍‌ ସୃଷ୍ଟି ହେବାର ଆଶଙ୍କା ଅଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share