ଭୁବନେଶ୍ୱର,୧୮-୬: କର୍ପୋରେଶନ ବ୍ୟାଙ୍କ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ନୂତନ ଆଞ୍ଚଳିକ ମୁଖ୍ୟ ଭାବେ ଏ.ଆର୍. ରାଘବେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସେ ୧୯୮୪ରେ କର୍ନାଟକର ଚିକ୍ମାଙ୍ଗାଲୋରଠାରେ ବ୍ୟାଙ୍କରେ ଯୋଗ ଦେଇଥିଲେ। ଭୁବନେଶ୍ୱର କାର୍ଯ୍ୟାଳୟରେ ଅବସ୍ଥାପିତ ହେବା ପୂର୍ବରୁ ସେ ବ୍ୟାଙ୍କର ମାଙ୍ଗାଲୋରସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଉପମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ଡିଜିଟାଲ ବ୍ୟାଙ୍କିଙ୍ଗ, କର୍ପୋରେଟ କ୍ୟାଶ ମ୍ୟାନେଜମେଣ୍ଟ ଏବଂ ଗଭର୍ନମେଣ୍ଟ ବିଜନେସ ଭଳି ବିଭିନ୍ନ କ୍ଷେତ୍ରରେ ସେ କାର୍ଯ୍ୟ ଅଭିଜ୍ଞତା ହାସଲ କରିଛନ୍ତି। ଅହମ୍ମଦାବାଦ, ବାଙ୍ଗାଲୋର ଏବଂ ମାଙ୍ଗାଲୋର ଭଳି ସ୍ଥାନରେ ସେ କାର୍ଯ୍ୟ କରିଛନ୍ତି। ଓଡ଼ିଶାରେ ମୋଟ ବ୍ୟବସାୟକୁ ୮୦୦୦ କୋଟି ଟଙ୍କାରେ ପହଞ୍ଚାଇବା ଏବଂ ଏନ୍ପିଏ ହ୍ରାସ ଭଳି ପଦକ୍ଷେପ ଉପରେ ସେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି।