Categories: ବାଣିଜ୍ୟ

କର୍ପୋରେଶନ ବ୍ୟାଙ୍କର ନୂତନ ଉପ ମହାପ୍ରବନ୍ଧକ

ଭୁବନେଶ୍ୱର,୧୧।୫: ରାଷ୍ଟ୍ରାୟତ୍ତ କର୍ପୋରେଶନ ବ୍ୟାଙ୍କର ସହାୟକ ମହାପ୍ରବନ୍ଧକ ଲୋକନାଥ ସାହୁ ଉପ ମହାପ୍ରବନ୍ଧକ ଭାବେ ନିଯୁକ୍ତି ପାଇଛନ୍ତି। ସେ ୧୯୯୯ରେ ଏହି ବ୍ୟାଙ୍କରେ ପ୍ରୋବେସନାରି ଅଧିକାରୀ ଭାବେ ପଦୋନ୍ନତି ପାଇଥିଲେ। ମାଙ୍ଗାଲୋର ମୁଖ୍ୟ କାର୍ଯ୍ୟାଳୟ, କଲିକତା ଜୋନାଲ କାର୍ଯ୍ୟାଳୟ, ଫର୍ଟ ମୁମ୍ବାଇ, ଭଦୋଦରା, କର୍ପୋରେଟ ବ୍ୟାଙ୍କିଙ୍ଗ୍‌ ଶାଖା କଲିକତା ଭଳି ସ୍ଥାନରେ ସେ କାର୍ଯ୍ୟ କରିଛନ୍ତି। ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ତାଙ୍କର ଦୀର୍ଘ ୨୦ବର୍ଷର ଅଭିଜ୍ଞତା ରହିଛି। ୨୦୧୯ ଜୁନ୍‌ ପରଠାରୁ ଭୁବନେଶ୍ୱରେ ଡେପୁଟି ଜୋନାଲ ମୁଖ୍ୟ ଭାବେ ସେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ତାଙ୍କୁ ପଦୋନ୍ନତି ମିଳିଛି। କାସା, ଏମ୍‌ଏସ୍‌ଏମ୍‌ଇ, ରିଟେଲ, କୃଷି, ଡିଜିଟାଲ ବ୍ୟାଙ୍କିଙ୍ଗ୍‌, କର୍ପୋରେଟ ହାଉସ ମ୍ୟାନେଜମେଣ୍ଟ, କର୍ପୋରେଟ ଆଡଭାନ୍ସ ଏବଂ ଅପହଞ୍ଚ ଇଲାକାରେ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଣ ଦିଗରେ ଚେଷ୍ଟା ଜାରି ରହିବ ବୋଲି ସେ ସୂଚନା ଦେଇଛନ୍ତି।

Share