Categories: ବାଣିଜ୍ୟ

କର୍ଫ୍ୟୁ ପାଇଁ ବନ୍ଦ ରହିବ ପାସେଞ୍ଜର ଟ୍ରେନ

ନୂଆଦିଲ୍ଲୀ,୨୧-୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତ କର୍ଫ୍ୟୁ ଆହ୍ବାନରେ ରବିବାର ପାସେଞ୍ଜର ଟ୍ରେନ ସେବା ବନ୍ଦ ରହିବ। ଶନିବାର ମଧ୍ୟରାତ୍ରଠାରୁ ରବିବାର ରାତି ୧୦ଟା ଯାଏ ପାସେଞ୍ଜର ଟ୍ରେନଗୁଡିକ ସେମାନଙ୍କ ଯାତ୍ରା ଆରମ୍ଭ କରୁଥିବା ଷ୍ଟେଶନରୁ ଗଡିବ ନାହିଁ। ରବିବାର ସକାଳ ୪ଟା ପରଠାରୁ ମେଲ୍‌ ଏବଂ ଏକ୍ସପ୍ରେସ ଟ୍ରେନଗୁଡିକ ମଧ୍ୟ ଗଡିବ ନାହିଁ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସହରତଳୀ ଅଞ୍ଚଳଗୁଡିକ ଲାଗି ଚଳାଚଳ କରୁଥିବା ଟ୍ରେନଗୁଡିକର ଚଳାଚଳକୁ କମ୍‌ କରାଯିବ।

Share