କର୍ବଲାରେ ମିନି ବସ୍‌ ବିସ୍ଫୋରଣ: ୧୨ ମୃତ; ଆଇଏସ୍‌ର ହାତ ଥିବା ସନ୍ଦେହ

ବାଗଦାଦ୍‌,୨୧।୯: ଇରାକ୍‌ରେ ଏକ ମିନି ବସ୍‌ ବିସ୍ଫୋରଣରେ ୧୨ ଲୋକଙ୍କ ମୃତ୍ୟୁ ଘଟିଛି। କର୍ବଲାର ଶିହା ମୁସଲମାନ୍‌ ସମ୍ପ୍ରଦାୟ ବହୁଳ ଅଞ୍ଚଳରେ ଏହା ଘଟିଛି। କର୍ବଲାର ପ୍ରବେଶ ପଥର ଏକ ଚେକ୍‌ ଗେଟ୍‌ ନିକଟରେ ମିନି ବସ୍‌ଟିରେ ବିସ୍ଫୋରଣ ଘଟିଥିଲା। ଏଥିରେ ୫ରୁ ଅଧିକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପଛରେ ଆଇଏସ୍‌ ଆତଙ୍କବାଦୀ ସଂଗଠନର ହାତ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ତଦନ୍ତ ଜାରି ରହିଛି। ଆଇଏସ୍‌ ଆତଙ୍କବାଦୀ ସଂଗଠନ ଶିହା ମୁସଲମାନ୍‌ ସମ୍ପ୍ରଦାୟଙ୍କୁ ଟାର୍ଗେଟ୍‌ କରାଯାଉଥିବାରୁ ଇରାକ୍‌ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share