କର୍ମଚାରୀଙ୍କୁ ତାଗିଦା କଲେ ବିଧାୟକ: ପିସିମୁକ୍ତ ବ୍ଲକ ଗଠନ ପାଇଁ ଉଦ୍ୟମ ଆରମ୍ଭ

ହାଟଡିହୀ,୨୨ା୬ (ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ହୁସିଆର ହୋଇ ଠିକ ରୂପେ କାର୍ଯ୍ୟ କରିବାକୁ କହିଛନ୍ତି । ଆୟୋଜିତ ଏକ ବୈଠକରେ ବିଧାୟକ ସରକାରୀ ଯୋଜନାର ସଫଳ ରୂପାୟନ କିପରି ହେବ ସେ ଦିଗରେ ତପତ୍ରତା ପ୍ରକାଶ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଏପରିକି ହାଟଡିହୀ ବ୍ଲକକୁ ସଂପୂର୍ଣ୍ଣ ଭାବେ ପିସି ମୁକ୍ତ କରିବା ପାଇଁ ଆହ୍ବାନ ଦେଇଛନ୍ତି । ଯେଉଁ କର୍ମଚାରୀ ପିସି ନେଉଥିବା ପ୍ରମାଣିତ ହେବ, ତାଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି। ନୂତନ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେଠୀ ପ୍ରଥମେ ଏହି ପିସି କାରବାରକୁ ନେଇ ପ୍ରାଥମିକତା ଓ ଗୁରୁତ୍ୱ ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପିସିମୁକ୍ତ ବ୍ଲକ ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।