Categories: ବାଣିଜ୍ୟ

କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ଦେବ ଟାଟା ଗ୍ରୁପ

ନୂଆଦିଲ୍ଲୀ,୨୪-୩: କରୋନା ଭୂତାଣୁ ସଙ୍କଟ ସମୟରେ କର୍ମଚାରୀଙ୍କୁ ପୂର୍ଣ୍ଣ ବେତନ ପ୍ରଦାନ କରାଯିବ ବୋଲି ଟାଟା ଗ୍ରୁପ ପକ୍ଷରୁ କୁହାଯାଇଛି। ଏ ନେଇ ସତର୍କତା ଅବଲବ୍ଧନ କରିବାକୁ ଗ୍ରୁପର ସମସ୍ତ କମ୍ପାନୀକୁ କୁହାଯାଇଛି। କର୍ମଚାରୀଙ୍କ ଲାଗି ଓ୍ବାର୍କ ଫ୍ରମ ହୋମ ବ୍ୟବସ୍ଥା ହାତକୁ ନିଆଯାଇଛି। ବୃହତ୍ତର ସାର୍ବଜନୀନ ସ୍ବାର୍ଥ ଏବଂ କୌଣସି ଉତ୍ପାଦ କିମ୍ବା ସେବା ଡେଲିଭର କରିବାର ଥିଲେ ସେହି ମାମଲାଗୁଡିକରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଗ୍ରୁପ ପକ୍ଷରୁ କୁହାଯାଇଛି। କମ୍ପାନୀର କାର୍ଯ୍ୟାଳୟ, ଦେଶର ବିଭିନ୍ନ ସାଇଟଗୁଡିକରେ କାର୍ଯ୍ୟକରୁଥିବା କର୍ମଚାରୀ, ଅସ୍ଥାୟୀ କର୍ମଚାରୀ ଏବଂ ଦୈନିକ ମଜୁରୀ ଭିତ୍ତିରେ କାମ କରୁଥିବା ଲୋକମାନଙ୍କୁ ମାର୍ଚ୍ଚ ଏବଂ ଏପ୍ରିଲ ମାସର ପ୍ରାପ୍ୟ ପ୍ରଦାନ କରାଯିବ। ସେମାନେ ଏକାନ୍ତବାସ, ସାଇଟ ବନ୍ଦ ହୋଇଯିବା, କାରଖାନା ବନ୍ଦ ରହିବା କିମ୍ବା ଅନ୍ୟ କୌଣସି କାରଣରୁ କାର୍ଯ୍ୟ କରି ପାରି ନ ଥିଲେ ସେମାନଙ୍କୁ ସମ୍ପୂର୍ଣ୍ଣ ପେମେଣ୍ଟ ପ୍ରଦାନ କରାଯିବ ବୋଲି ଟାଟା ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି।

Share