Categories: ବାଣିଜ୍ୟ

କର୍ମଚାରୀଙ୍କୁ ସାବାସି ଦେଲେ ମୁକେଶ

ବର୍ତ୍ତମାନର ସଙ୍କଟ ସମୟରେ ଦେଶ ସହ ଶକ୍ତ ଭାବେ ଛିଡା ହୋଇଥିବାରୁ ତାଙ୍କ କମ୍ପାନୀର କର୍ମଚାରୀଙ୍କୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ସାବାସି ଦେଇଛନ୍ତି। ଜିଓ ଦ୍ୱାରା ମୋବାଇଲ ସେବା ଏବଂ ଇନ୍ଧନ ଯୋଗାଣ ଭଳି ନିରନ୍ତର ତଥା ଜରୁରୀ ସେବା ଲକ୍‌ଡାଉନ ସମୟରେ ଲୋକଙ୍କୁ ଯୋଗାଉ ଥିବାରୁ ମୁକେଶ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। କର୍ମଚାରୀଙ୍କୁ ସେ ଫ୍ରଣ୍ଟଲାଇନ ଓ୍ବାରିୟର ବା ଆଗଧାଡିର ଯୋଦ୍ଧା କହି ସମ୍ମାନିତ କରିଛନ୍ତି। କରୋନା ବିରୋଧୀ ଯୁଦ୍ଧରେ ସର୍ବଦା ରିଲାଏନ୍ସ ଯୋଗଦାନ ରଖି ଆସିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ସମୟରେ କମ୍ପାନୀର ୨ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ପ୍ରତିବଦ୍ଧତା ଦେଖାଇଥିବା ସେ ମତବ୍ୟକ୍ତ କରିବା ସହ କର୍ମଚାରୀଙ୍କ ମନୋବଳକୁ ବଢାଇଛନ୍ତି। ସେ କହିଛନ୍ତି ଯେ, ଲକ୍‌ଡାଉନ ସମୟରେ ଜିଓ ଦେଶର ୪୦ କୋଟି ଲୋକଙ୍କୁ କନେକଟେଡ ରଖିଛି। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା ଲାଗି ୧୦୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ସୁବିଧା କରାଯାଇଛି। କୋଭିଡ-୧୯ ପରୀକ୍ଷା କରିବା ଲାଗି ରିଲାଏନ୍ସ ନିଜସ୍ବ ଜ୍ଞାନକୌଶଳ ଆପଣାଇଥିବା ସେ ସୂଚନା ଦେଇଛନ୍ତି।

Share