Categories: ବାଣିଜ୍ୟ

କର୍ମଚାରୀଙ୍କୁ ୫ କୋଟି ଶେୟାର ଦେବ ଇନ୍‌ଫୋସିସ୍‌

ବେଙ୍ଗାଲୁରୁ,୧୮-୫: ଦେଶର ଦ୍ୱିତୀୟ ସର୍ବବୃହତ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ନିଜ କର୍ମଚାରୀଙ୍କୁ ପ୍ରୋତ୍ସାହନ ରୂପରେ ୫ କୋଟି ଶେୟାର ଦେବ। ଏହା କମ୍ପାନୀର ମୋଟ ଶେୟାର ପରିମାଣର ୧.୧୫%। ଅନ୍ୟପକ୍ଷରେ ସିଇଓ ସଲିଲ ପାରେଖଙ୍କୁ କମ୍ପାନୀ ଏମ୍ପ୍ଲୟି ଷ୍ଟକ୍‌ ଅପ୍‌ସନ ପ୍ଲାନ୍‌ ଅଧୀନରେ ୧୦ କୋଟି ଟଙ୍କାର ଶେୟାର ଦିଆଯିବ। ସେହିପରି କମ୍ପାନୀର ଚିଫ୍‌ ଅପରେଟିଂ ଅଫିସର ୟୁବି ପ୍ରବୀଣ ରାଓଙ୍କୁ ୪ କୋଟି ଟଙ୍କାର ଶେୟାର ମିିଳିବ। କମ୍ପାନୀ ପକ୍ଷରୁ ଶୁକ୍ରବାର ଷ୍ଟକ୍‌ ଏକ୍ସଚେଞ୍ଜକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଏହି ଦିନ ବିଏସ୍‌ଇରେ ଇନ୍‌ଫୋସିସ୍‌ ୨.୪୭% ବୃଦ୍ଧି ପାଇ ୭୩୪.୨୦ ଟଙ୍କା ରହିଛି।

Share