କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ ନିଜ କର୍ମଚାରୀଙ୍କ ବେତନ ବୃଦ୍ଧି କରିଥିଲେ। ତେଣୁ ଦେଶର ସାମରିକ ସରକାରଙ୍କ ସୈନିକମାନେ ‘ପ୍ୟାଏ ପ୍ୟୋ ଜୋ’ ନାମକ ଜଣେ ଦୋକାନୀଙ୍କୁ ଜେଲ ପଠାଇଛନ୍ତି। ସେହିପରି ତାଙ୍କର ୩ଟି ମୋବାଇଲ ଓ ସ୍ମାର୍ଟଫୋନ ଦୋକାନକୁ ମଧ୍ୟ ବନ୍ଦ କରିଦିଆଯାଇଛି। ତେବେ କର୍ମଚାରୀଙ୍କ ବେତନ ବୃଦ୍ଧି କରିବା ଅପରାଧରେ କେବଳ ପ୍ୟାଏ ଜେଲକୁ ଯାଇନାହାନ୍ତି, ନିକଟରେ ସମାନ ଅପରାଧ ପାଇଁ ୧୦ ଜଣ ଦୋକାନୀଙ୍କୁ ଗିରଫ କରାଯାଇଛି। ସରକାର ବିରୋଧୀ ଅସନ୍ତୋଷକୁ ଦମନ କରିବା ପାଇଁ ବ୍ୟବହୃତ ଆଇନ ଅନୁଯାୟୀ ଏହି ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଏହି ସମସ୍ତ ଦୋକାନୀଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ଜେଲ ହୋଇପାରେ। ପ୍ୟାଏଙ୍କ ଦୋକାନ ସମ୍ମୁଖରେ ଏକ ନୋଟିସ ମାରି କୁହାଯାଇଛି, ସରକାରଙ୍କ ଦ୍ୱାରା ନିର୍ଦ୍ଦେଶିତ ନିୟମକୁ ଭଙ୍ଗ କରିବା କାରଣରୁ ଏହି ଦୋକାନକୁ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହିଜାବ ବିରୋଧୀ ମାସୁଦ ହେଲେ ଇରାନର ନୂଆ ରାଷ୍ଟ୍ରପତି

ଦୁବିଇ,୬।୭: ଇରାନରେ ମାସୁଦ ପେଜେଶକିଆନ ଦେଶର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସେ ମୌଳବାଦୀ ବା କଟ୍ଟରପନ୍ଥୀ ସୟଦ ଜଲିଲିଙ୍କୁ ପରାସ୍ତ କରିଛନ୍ତି। ମାସୁଦ ପେଜେଶକିଆନ ହିଜାବ...

ମଙ୍ଗଳ ଗ୍ରହରେ ହେବ ଯୁଦ୍ଧ…ଶେଷ ହେବ ବିଶ୍ୱ…ବାବା ଭେଙ୍ଗାଙ୍କ ନୂଆ ଭବିଷ୍ୟବାଣୀ

ସୋଫିଆ,୬।୭: ସଠିକ ଭବିଷ୍ୟବାଣୀ ଦେବାକୁ ନେଇ ପ୍ରସିଦ୍ଧ ବୁଲଗେରିଆର ବାବା ଭେଙ୍ଗା (ବାଲକାନ)ଙ୍କ ଅନେକ ଭବିଷ୍ୟବାଣୀ ସତ୍ୟ ହୋଇଛି । ସେଥିମଧ୍ୟରୁ ବିଶ୍ୱ ବାଣିଜ୍ୟ କେନ୍ଦ୍ର...

୧୨ରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ପ୍ରଚଣ୍ଡ

କାଠମାଣ୍ଡୁ,୬ା୭(ପି.ଟି.): ନେପାଳର ମେଣ୍ଟ ସରକାରରୁ ୨ ବଡ଼ ମେଣ୍ଟ ସହଯୋଗୀ ଓହରିଯିବା ପରେ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ସଙ୍କଟରେ ପଡ଼ିଛନ୍ତି। ଆସନ୍ତା ୧୨ ତାରିଖରେ...

ଡେଭିଡ୍‌ ଲାମି ନୂଆ ବହିର୍ବ୍ୟାପାର ସଚିବ

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ କିର୍‌ ଷ୍ଟର୍ମର ଶୁକ୍ରବାର ଲେବର ଏମ୍‌ପି ଡେଭିଡ୍‌ ଲାମିଙ୍କୁ ଦେଶର ନୂଆ ବହର୍ବ୍ୟାପାର ସଚିବ ନିଯୁକ୍ତ କରିଛନ୍ତି। ୫୧ ବର୍ଷୀୟ ଡେଭିଡ୍‌ ଭାରତ...

ହାଉସ୍‌ ଅଫ୍‌ କମନ୍ସରେ ୨୬ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ୍‌ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍‌ ଅଫ୍‌ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ...

କେମିତି ରହିବ ଭାରତ-ବ୍ରିଟେନ୍‌ ସମ୍ପର୍କ

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ...

୬୩୦ ଭୋଟରେ ହାରିଲେ ଲିଜ୍‌ ଟ୍ରସ୍‌

ବ୍ରିଟେନ୍‌ରେ ସବୁଠୁ କମ୍‌ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା କଞ୍ଜରଭେଟିଭ୍‌ ପାର୍ଟିର ଲିଜ୍‌ ଟ୍ରସ୍‌ ୬୩୦ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଯାଇଛନ୍ତି। ପୂର୍ବ ଲଣ୍ଡନ୍‌ର ନୋର୍‌ଫୋକ୍‌...

ଡାଉନିଂ ଷ୍ଟ୍ରିଟ୍‌ରେ ଷ୍ଟର୍ମର

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri