Advertisement
Categories: ବାଣିଜ୍ୟ

କର୍ମଚାରୀଙ୍କ ମେଡିକ୍ଲେମ ସୁବିଧା ବନ୍ଦ କଲା ଜେଟ୍‌ ଏୟାରଓ୍ବେଜ

ମୁମ୍ବାଇ,୧-୫: ଜେଟ୍‌ ଏୟାରଓ୍ବେଜ କର୍ମଚାରୀ ଏଣିିକି ନିଜେ ନିଜର ମେଡିକ୍ଲେମ ପଲିସି ପାଇଁ ଅର୍ଥ ଖର୍ଚ୍ଚ କରିବେ।  ଅର୍ଥ ଅଭାବରୁ କମ୍ପାନୀ ଏବେ ଆଉ ମେଡିକ୍ଲେମ ସୁବିଧା ଯୋଗାଇ ପାରିବ ନାହିଁ ବୋଲି ମଙ୍ଗଳବାର ଜେଟ୍‌ ମ୍ୟାନେଜମେଣ୍ଟ କର୍ମଚାରୀଙ୍କୁ ଜଣାଇ ଦେଇଛି। ଏୟାରଲାଇନ୍‌ର ଚିଫ୍‌ ପିପୁଲ୍‌ ଅଫିସର ରାହୁଲ ତନେଜା କର୍ମଚାରୀଙ୍କୁ ପତ୍ର ଲେଖି ଋଣପ୍ରଦାନକାରୀ ଅଥବା ଅନ୍ୟ ସୂତ୍ରରୁ ଜରୁରୀ ପାଣ୍ଠି ନ ମିଳିବା କାରଣରୁ ଗ୍ରୁପ୍‌ ମେଡିକ୍ଲେମ ପଲିସିର ପ୍ରିମିୟମ ଦେବା ଆଉ ସମ୍ଭବ ନୁହେଁ ବୋଲି କହିଛନ୍ତି। ଜେଟ୍‌ କର୍ମଚାରୀଙ୍କ ମେଡିକ୍ଲେମ ପଲିସି ଏପ୍ରିଲ ୩୦ ଅର୍ଥାତ୍‌ ମଙ୍ଗଳବାର ରାତି ୧୨ଟାରୁ ଅଚଳ ହୋଇଯିବ। ଆର୍ଥିକ ସଙ୍କଟ କାରଣରୁ ଜେଟ୍‌ର ପରିଚାଳନା ଚଳିତ ମାସ ୧୭ରୁ ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share