କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ସିଲ୍‌ ହେଲା ବିଏସ୍‌ଏଫ୍‌ ମୁଖ୍ୟାଳୟ

ନୂଆଦିଲ୍ଲୀ,୪।୫: ଦିଲ୍ଲୀ ଲୋଧି ରୋଡ଼ର ଥିବା ବିଏସ୍‌ଏଫ୍‌ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସୋମବାର ଏହି ଖବର ଜଣାପଡ଼ିବା ପରେ ବିଏସଏଫ୍‌ର ମୁଖ୍ୟାଳୟର ୨ଟି ମହଲାକୁ ସିଲ୍‌ କରାଯାଇ ବିଶୋଧନ ପ୍ରକ୍ରିୟା ଜାରି ରହିଛି ବୋଲି ବିଏସ୍‌ଏଫ୍‌ର ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଲୋଧି ରୋଡରେ ଥିବା ସିଜିଓ ପରିସରରେ ବିଏସଏଫ୍‌ର ୮ମହଲା ବିଶିଷ୍ଟ ଅଟ୍ଟାଳିକା ରହିଛି। ବିଏସ୍‌ଏଫ୍‌ର ଜଣେ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ୨ଟି ମହଲାକୁ ସିଲ୍‌ କରିଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ମେ’ ୩ରେ ସିଜିଓ ପରିସରରେ ଥିବା ସିଆର୍‌ପିଏଫ୍‌ ମୁଖ୍ୟାଳୟର ମଧ୍ୟ ୨ କର୍ମଚାରୀ ସଂକ୍ରମିତ ହୋଇଥିଲେ। ଏହାପରେ ଉକ୍ତ କାର୍ଯ୍ୟାଳୟକୁ ସିଲ୍‌ କରାଯାଇଥିଲା। ତେବେ ସଂକ୍ରମିତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଥିବା ବେଳେ ଖୁବ୍‌ କମ୍‌ କର୍ମଚାରୀ କାର୍ଯ୍ୟରେ ଯୋଗଦେଉଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

Share