Categories: ବାଣିଜ୍ୟ

କର୍ମଚାରୀ ଭବିଷ୍ୟନିଧି ଯୋଗଦାନ ଦେବେ ସରକାର

ନୂଆଦିଲ୍ଲୀ,୨୭। ୩: ବର୍ତ୍ତମାନ ସମୟରେ ସରକାର କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠିରେ ଆଗୀମୀ ୩ ମାସ ଲାଗି ଦେୟର ଯୋଗଦାନ ଦେବେ। ଉଭୟ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ଯୋଗଦାନ ସରକାର ରଖିବେ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଏହା ଦ୍ୱାରା ସଙ୍ଗଠିତ କ୍ଷେତ୍ରର ୪.୮ କୋଟି କର୍ମଚାରୀ ଲାଭବାନ ହୋଇ ପାରିବେ। ବର୍ତ୍ତମାନର ଜଟିଳ ସମୟରେ କର୍ମଚାରୀ ଭବିଷ୍ୟନିଧି ଯୋଗଦାନ ଯେଭଳି ନ ରହିଯାଏ ତାକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ନେଇଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

Share