କର୍ମଜୀବୀ ମହିଳା ସୁସ୍ଥ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଆବଶ୍ୟକ। ଏ କଥା ପ୍ରାୟ ସମସ୍ତେ ଜାଣନ୍ତି। ମାତ୍ର କର୍ମଜୀବୀ ମହିଳାଙ୍କ କ୍ଷେତ୍ରରେ ଏସବୁ ସମ୍ଭବ ହୋଇ ନ ଥାଏ। ହେଲେ ସେମାନେ ନିଜ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଆଣି ନିଜକୁ ଫିଟ୍‌ ରଖିପାରିବେ।

ସ୍ବାସ୍ଥ୍ୟକର ନାସ୍ତା: ପ୍ରତିଦିନ ନିଜ ଡାଏଟ୍‌ରେ ଜଙ୍କ୍‌ ଫୁଡ୍‌ ଖାଇବା ପରିବର୍ତ୍ତେ ସ୍ବାସ୍ଥ୍ୟକର ଖାଦ୍ୟ ଯେପରି ଡ୍ରାଏ ଫ୍ରୁଟ୍‌ସ, ବାଦାମ, ଫଳ, ଜୁସ୍‌ ଆଦିକୁ ସାମିଲ କରିପାରିବେ।

୧୦ ମିନିଟ୍‌ ବ୍ୟାୟାମ: ଫିଟ୍‌ ରହିବା ପାଇଁ ବ୍ୟାୟାମ ନିହାତି ଆବଶ୍ୟକ। ତେଣୁ ସମୟ ନ ଥିଲେ ମଧ୍ୟ ମାତ୍ର ୧୦ ମିନିଟ ସମୟ ବାହାର କରି ବ୍ୟାୟାମ ବା ବୁଲାବୁଲି କରିପାରିବେ।

ସ୍ବାସ୍ଥ୍ୟକର ଜଳଖିଆ: ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଜଳଖିଆ ଖାଇବା ଆବଶ୍ୟକ। ଜଳଖିଆରେ ପ୍ରୋଟିନ୍‌, ଫାଇବର ଆଦି ସାମିଲ ହେବା ଦରକାର। ଏହା ଦିନସାରା ଫୂର୍ତ୍ତି ରଖିବାରେ ସହାୟକ କରିଥାଏ।

ପ୍ରଚୁର ପାଣି ପିଅନ୍ତୁ: ପାଣି ସ୍ବାସ୍ଥ୍ୟ ପାଇଁ ବହୁତ ଆବଶ୍ୟକ। ପ୍ରତି ଦିନ ଅତି କମ୍‌ରେ ୨ରୁ ୩ ଲିଟର ପାଣି ପିଇବା ଆବଶ୍ୟକ।