କର୍ମ ହିଁ ଭଗବାନ: ପରମାନକରି ଦେଖାଲେ ଡାକ୍‌ତର

ସମ୍ବଲପୁର,୧୯।୩ (ଡି.ଏନ୍‌.ଏ.)- କରୋନାର ମୁକାବିଲା, ସଚେତନତା ଆର ଚିକିଛା ଲାଗି ସୁଆସ୍‌ତିଅ ବିଭାଗର ମୁଖିଆ ଦାଇତିଅ ରହିଛେ। ଡାକ୍‌ତର, ନର୍ସ ଆର କରମ୍‌ଚାରୀମାନେ ନିଜର ଜୀବନ୍‌କେ ପାଏନ୍‌ଛଡ଼େଇ ଲୁକ୍‌କର ସେବାର ଲାଗି ଆଗ୍‌ଧାଡ଼ିରେ ଠିଆ ହେଇଛନ୍‌। ଏନ୍‌ତା ଘଡ଼ିସଁଧି ସମିଆରେ ବାପାର ମୁର୍‌ତୁର ଦିନେ ଉତାରୁ ପରିବାର ଓ କଲ୍ୟାଣ ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ ନିଜର କାଯ୍‌ରେ ଯୋଗ ଦେଇଛନ୍‌। ଇ ଘଟନାକେ ଲୋକ ସବୁ ମହଲରେ ପରସଁସା କରୁଛନ୍‌। ସେନ୍‌ତା ମଙ୍ଗଲବାର ସମ୍ବଲପୁର ଜିଲା ସଦର ଡାକ୍‌ତରଖାନାର ଏଡିଏମ୍‌ଓ ଡା.ଅଶୋକ ଦାସକଁର ମା’ ପଦ୍ମିନୀ ଦାସକଁର ମୁର୍‌ତୁ ହେଇଥିଲା। ବେଲବୁଡେ ରାଜଘାଟରେ ତାକର ଶବ ସତ୍‌କାର ହେଇଥିଲା। ହେଲେ ନିଜର କାମ୍‌କେ ଗୁରୁତ୍‌ ଦେଇ ଡା.ଅଶୋକ ଦାସ ବୁଧବାର ସଖାଲେ ନିଜର କାଯ୍‌ରେ ଯୋଗ ଦେଇଛନ୍‌। କରୋନା ମୁକାବିଲା ଲାଗି ପରଶାସନ ତରଫୁ ତାହାକୁ ଦାଇତିଅ ଦିଆଯାଇଛେ। ବିଭାଗ ତରଫୁ କାଣା ପଦକ୍ଷେପ ନିଆଯାଉଛେ, କେନ୍‌ଥେଇ ଲୁକ୍‌କୁ ସଚେତନ କରାଯାଉଛେ ଇ ସବୁ କଥା ସେ ବୁଝୁଛନ୍‌। ସେନ୍‌ତା ସଁଧେରେ ଥିବାର ଲୋକ୍‌ ଆର ରୋଗ୍‌ ଲାଗି ଏକ୍‌ବଖରି ହେଇ ଘରମାନ୍‌କେ ଥିବାର ଲୋକ୍‌ମାନକର ବିଷେରେ ସେ ପରଶାସନ ସଂଗେ ସବୁବେଲେ ଯୋଗାଯୋଗରେ ରହୁଛନ୍‌। ବୁଧୁବାର ବି ଡା.ଦାସ ଜିଲାପାଳକଁର ଦପ୍‌ତରକେ ଯାଇ ନିଜର ରିପୋର୍ଟ ଦେଇଥିଲେ। ସୂଚନା ଅନ୍‌ସାରେ ଡା.ଦାସ ପାଖାପାଖି ୪ ବଛର ହେଲା ଜିଲା ଡାକ୍‌ତରଖାନାରେ କାମ୍‌ କରୁଛନ୍‌। ଭିନେ ଭିନେ ବିଭାଗର ଏଡିଏମ୍‌ଓ ହିସାବେ ସେ ସଫଲତାର ସହିତ କାଯ୍‌ କରିଛନ୍‌।

Share