Categories: ଜାତୀୟ

କର୍‌ତାରପୁର କରିଡ଼ର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ:ଜାତିସଂଘ ମହାସଚିବ

ନୂଆଦିଲ୍ଲୀ,୧୦।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍‌ତାରପୁର କରିଡ଼ର ଉଦଘାଟନ କରିଛନ୍ତି। ଏହି କରିଡ଼ର ପାକିସ୍ତାନ ପଞ୍ଜାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଫଳରେ ଦେଶର ଶିଖ ସମାଜର ଶ୍ରଦ୍ଧାଳୁ ଗୁରୁ ନାନକଙ୍କ ପବିତ୍ର ସ୍ଥାନ ଦରବାର ସାହିବକୁ ଦର୍ଶନ କରିବା ପାଇଁ ଯିବା ରାସ୍ତା ସହଜ ହୋଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏହି କରିଡର ଖୋଲାଯିବାକୁ ସ୍ବାଗତ କରିଛନ୍ତି। ସେ ଟୁଇଟ୍‌ ଯୋଗେ କହିଛନ୍ତି, ଏହା ଦ୍ୱାରା ଦୁଇଦେଶ ମଧ୍ୟରେ ଧାର୍ମିକ ସମନ୍ବୟ ଓ ବୁଝାମଣା ବୃଦ୍ଧି ପାଇବ।

Share