Advertisement

‘କଲଙ୍କ’ରେ ଭୂମିକାକୁ ନେଇ ଖୁସି

ମୁମ୍ବାଇ,୨୦ା୪(ଆଇଏଏନ୍‌ଏସ୍‌): ଅଭିଷେକ୍‌ ବର୍ମନଙ୍କ ଚଳଚ୍ଚିତ୍ର ‘କଲଙ୍କ’ରେ ନିଜର ଭୂମିକାକୁ ନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ ଏଥିରେ ଅଭିନେତା ଆଦିତ୍ୟ ରୟ କପୁରଙ୍କ ବିରୋଧରେ ସତ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତାଙ୍କର ଏହି ଭୂମିକାକୁ ସମସ୍ତେ ପ୍ରଶଂସା କରୁଥିବାରୁ ସେ ବହୁତ ଖୁସି ବୋଲି ସୋନାକ୍ଷୀ କହିଛନ୍ତି। ଅଭିନୟରେ ତାଙ୍କୁ ଅଭିଷେକ ପୂର୍ଣ୍ଣ ସହଯୋଗ କରିଛନ୍ତି। ବୁଧବାର ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରରେ ଅନ୍ୟମାନଙ୍କ ମଧ୍ୟରେ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ ନେନେ, ବରୁଣ ଧାଓ୍ବନ ଏବଂ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share