Categories: ଖେଳ

କଲଡ୍ରୋନରେ ଅଗ୍ନି ସଂଯୋଗ କଲେ ଦିଲ୍ଲୀପ

କଟକ ଅଫିସ,୨୩ା୨- ଭାରତୀୟ ତୀରନ୍ଦାଜ ମୁସ୍କାନ କିରାର୍‌ଙ୍କ ଦ୍ୱାରା ଉଦ୍‌ଘାଟନୀ ଉତ୍ସବର ମଶାଲ ରିଲେ ଆରମ୍ଭ ହୋଇଥିଲା। ପରେ ଏହାକୁ ଧରିଥିଲେ ସନ୍ତରଣକାରୀ ଏସ.ପି ଲିକିଥ। ଶେଷର ଅଲିମ୍ପିଆନ ଦିଲ୍ଲୀପ ତିର୍କୀ ମଶାଲକୁ ନେଇ କଲଡ୍ରୋନରେ ରଖିଥିଲେ।
ସୋନା-ରାମଙ୍କ ଖେଲେଙ୍ଗେ ସାନ୍‌ ସେ…
ବଲିଉଡ କଣ୍ଠଶିଳ୍ପୀ ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ଓ ସଙ୍ଗୀତ ନିର୍ଦ୍ଦେଶକ ରାମ ସମ୍ପଥଙ୍କ ଯୁଗଳବନ୍ଦୀରେ ପରିବେଷଣ ହୋଇଥିଲା ଖେଲେଙ୍ଗେ ସାନ୍‌ ସେ.. ଗୀତ। ଉପସ୍ଥିତ ଦର୍ଶକ ଏହି ଗୀତରେ ଝୁମିବା ସହ ଶେଷରେ କଣ୍ଠଶିଳ୍ପୀ ସୋନାଙ୍କ ସହ ତାଳ ମିଶାଇ ଗାଇଥିଲେ ଅଗଣିତ ଶ୍ରୋତା।
ଚମତ୍କାର ଥିଲା ଓଡ଼ିଶୀ ଫ୍ୟୁଜନ
ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଆରମ୍ଭ ହୋଇଥିଲା ଉତ୍ସବ। ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୧୦୦ଜଣ ନୃତ୍ୟଶିଳ୍ପୀ ଚମତ୍କାର ନୃତ୍ୟ ପ୍ରଦର୍ଶନ କରିଥିଲେ। ପ୍ରାୟ ୨୦ ମିନିଟ ଧରି ଓଡ଼ିଶୀ ନୃତ୍ୟ ସହ ଅନ୍ୟ ପାରମ୍ପରିକ ନୃତ୍ୟର ଫ୍ୟୁଜନ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ବଲିଉଡର ଆଗଧାଡ଼ିର କଣ୍ଠଶିଳ୍ପୀ ନାକାସ୍‌ ଅଜିଜ୍‌ ପ୍ରତିଯୋଗିତାର ଥିମସଙ୍ଗ ପରିବେଷଣ କରିଥିବା ବେଳେ କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌ଙ୍କ ଡ୍ୟାନ୍ସଗ୍ରୁପ ନୃତ୍ୟ ପରିବେଷଣ କରିଥିଲା।

Share