କଲଭର୍ଟରେ ପିଟି ହେଲା ବାଇକ: ୨ ମୃତ, ଜଣେ ଗୁରୁତର

ଚାନ୍ଦବାଲି,୨୬ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ମତୋ-ଚୌଧୁରୀ ଘାଟ ରାସ୍ତାର ବିଲ ନୂଆଗାଁ ଛକ ନିକଟରେ ସୋମବାର ରାତିରେ ଏକ ବାଇକ ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହୋଇଯିବାରୁ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତିି ା ମୃତକ ଦ୍ୱୟ ହେଲେ ଅଶୋକ ଦାସ(୩୬) ଓ ବଳରାମ ନାୟକ(୩୨) ା ଆହତଙ୍କ ନାମ ଆନନ୍ଦ ନାୟକ ା ସମସ୍ତଙ୍କ ଘର ବାଂଶଡା ଥାନା ଅଧୀନ ନଳଗୋହୀରା ଗ୍ରାମରେ ା ସେମାନେ ନଳକୂପ ମିସ୍ତ୍ରି ଭାବରେ କାମ କରୁଥିଲେ।

ଏହି ୩ ଯୁବକ ଗୋଟିଏ ବାଇକରେ ବସି ମତୋରୁ ଘରକୁ ଫେରୁଥିବା ବେଳେ ବାଇକ କଲଭର୍ଟରେ ପିଟି ହୋଇ ଯିବାରୁ ସମସ୍ତେ ଛିଟିକି ପଡିଥିଲେ ା ରାସ୍ତାରେ ଯାଉଥିବା ଅନ୍ୟ ପଥଚାରୀ ସେମାନଙ୍କୁ ଉଦ୍ଧାର କରି ଚାନ୍ଦବାଲି ଡାକ୍ତରଖାନାକୁ ପଠାଇଥିଲେ ା ସେଠାରେ ଅଶୋକଙ୍କର ମୃତ୍ୟୁ ହୋଇଯାଇଥିଲା ା ଅନ୍ୟ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବଳରାମ ନାୟକଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି।